ମଚ୍ ଆଓ୍ବେଟେଡ୍ ମୁଭି ଯବାନର ଏକ ଭିଡିଓ ରିଲିଜ୍ ହୋଇଛି । ୨ ମିନିଟ୍ ୧୨ ସେକେଣ୍ଡର ଏହି ପ୍ରିଭ୍ୟୁ ଭିଡିଓରେ କିଙ୍ଗଖାନଙ୍କୁ ଭିନ୍ନ ଲୁକ୍ରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଭିଡିଓରେ ଥିବା ଶାହାରୁଖଙ୍କ ଡାଇଲଗ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍, ନୟନତାରା, ବିଜୟ ସେତୁପତି ଏବଂ ସାନ୍ନ୍ୟା ମଲହୋତ୍ରା ନଜର ଆସିଛନ୍ତି ।ପ୍ରିଭ୍ୟୁ ଭିଡିଓରେ ଦୀପିକା ଫାଇଟ୍ କରୁଥିବାର ଦେଖିବାକୁ ମିଳିଛି । ତେବେ ଆଜି ଟ୍ରେଲର ରିଲିଜ ହୋଇଛି । ଆସନ୍ତା ସେପ୍ଟେମ୍ବର ୭ ରେ ଫିଲ୍ମ ରିଲିଜ ହେବା ନେଇ ଘୋଷଣା ହୋଇଛି ।

