ବଲିଉଡ୍ ଆକ୍ଟର ଶ୍ରେୟସ ତଲପଡେଙ୍କୁ ହାର୍ଟଆଟାକ୍ । ଫିଲ୍ମ ସୁଟିଂ ସମୟରେ କରୁଥିବାବେଳେ ହୃଦଘାତ ହୋଇଥିବା ସୂଚନା ମିଳିଛି।ଅପକମିଂ ଫିଲ୍ମ ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି। ସଙ୍ଗେ ସଙ୍ଗେ ମୁମ୍ବାଇ ବେଲେଭ୍ୟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରିବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛି।

