ହେବନି ବାହାଘର, ପଡ଼ିଲା ପୂର୍ଣ୍ଣଛେଦ

ପଲାଶ ମୁଛଲ ଏବଂ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ବିବାହକୁ ନେଇ ଅନେକ ପ୍ରକାର ଗୁଜବ ଉଠୁଛି। ଗତ ନଭେମ୍ବର ୨୩ ତାରିଖରେ ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ ।

କିନ୍ତୁ ସେହିଦିନ ରାତିରେ ସ୍ମୃତି ମନ୍ଧାନାଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ଏଥିସହିତ ପଲାଶଙ୍କର ବି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଯେଉଁକାରଣରୁ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥି‌ଲେ। ବିବାହକୁ ସ୍ଥଗିତ ରଖିବାତକୁ ପଡ଼ିଥିଲା।ରବିବାର ସ୍ମୃତି ପଲାଶ ମୁଛଲଙ୍କ ସହିତ ତାଙ୍କ ବିବାହ ସ୍ଥଗିତ ରଖିବା ସମ୍ପର୍କରେ ଏକ ଅପଡେଟ୍ ପ୍ରଦାନ କରିଛନ୍ତି।

ମନ୍ଧାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ “ବିବାହ ବାତିଲ ହୋଇଛି। ଗତ କିଛି ସପ୍ତାହ ଧରି, ମୋ ଜୀବନ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି। ଆପଣମାନଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ କି ମୁଁ ଜଣେ ସ୍ବାଭିମାନୀ ବ୍ୟକ୍ତି। ମୋ ସ୍ବାଭିମାନକୁ ଆଞ୍ଚ ଆସିଲା ଭଳି କାମ ମୋତେ ଆଦୌ ଭଲ ଲାଗେ ନାହିଁ।

Post Views18 Total Count

Apply Now


This will close in 0 seconds

error: Content is protected !!