ଜଣେ ଚର୍ଚ୍ଚିତ କୋରିଅନ ଅଭିନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଉକ୍ତ ଅଭିନେତ୍ରୀଙ୍କ ନାମ ପାର୍କ ସୁ ରୟୁନ ବୟସ ୨୯ବର୍ଷ ବୋଲି ଜଣାପଡ଼ିଛି। ଏତେ କମ ବୟସରେ ଅଭିନେତ୍ରୀଙ୍କ ଏଭଳି ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଜୁନ ୧୧ ତାରିଖରେ ପାର୍କ ଘରକୁ ଯାଉଥିବା ସମୟରେ ଶିଢ଼ିରୁ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅନେକ ଚେଷ୍ଟା କରିବା ପରେ ଶେଷରେ ଅଭିନେତ୍ରୀଙ୍କୁ ବ୍ରେନ୍ ଡେଡ ଘୋଷଣା କରିଥିଲେ।

