୫୦୦୦ କୋଟି ନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ

ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଆଦିତ୍ୟ ବିର୍ଲା ଗ୍ରୁପ୍ ନିକଟରେ ବ୍ରାଣ୍ଡେଡ୍ ଅଳଙ୍କାର ରିଟେଲ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି। ଏପରିକି ଉକ୍ତ ବ୍ୟବସାୟରେ କମ୍ପାନୀ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଗ୍ରୁପ୍ ପକ୍ଷରୁ କୁହାଯାଇଛି। ବିଶେଷକରି ଗ୍ରୁପ୍ର ନୂଆ ସଂସ୍ଥା ‘ନୋଭେଲ୍ ଜୁଏଲସ୍ ଲିମିଟେଡ୍’ ଜରିଆରେ କମ୍ପାନୀ ବ୍ରାଣ୍ଡେଡ୍ ଅଳଙ୍କାର ରିଟେଲ ବ୍ୟବସାୟ କରିବ। ସେହିଭଳି ସାରା ଭାରତରେ କମ୍ପାନୀ ବଡ଼ ଆକାରର ସ୍ବତନ୍ତ୍ର ଅଳଙ୍କାର ରିଟେଲ ଷ୍ଟୋର ସ୍ଥାପନ କରିବା ସହ ନିଜସ୍ବ ବ୍ରାଣ୍ଡ୍ର ଅଳଙ୍କାର ଉପଲବ୍ଧ କରାଇବ।

ଏପରିକି ସ୍ବତନ୍ତ୍ର ଭାବେ ଡିଜାଇନ ଓ ଦୃଢ଼ ଆଞ୍ଚଳିକ ଛାପ ସହ ଏକ ଅଭିଳାଷପୂର୍ଣ୍ଣ ଜାତୀୟ ବ୍ରାଣ୍ଡ୍ ଭାବେ ଏହି ନୂଆ ସଂସ୍ଥା ଗ୍ରାହକମାନଙ୍କ ଅନୁଭୂତିରେ ପରିବର୍ତ୍ତନ ଆଣିବ। ଏ ସମ୍ପର୍କରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାରମଙ୍ଗଳମ ବିର୍ଲା କହିଛନ୍ତି, ବିଶ୍ୱାସ ଆଧାରରେ ଗଠନ ହୋଇଥିବା ଏବଂ ଆମ ବ୍ୟବସାୟ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଆଦିତ୍ୟ ବିର୍ଲା ଗ୍ରୁପ୍ ବ୍ରାଣ୍ଡେ୍ଡ ଅଳଙ୍କାର ରିଟେଲ କାରବାର କ୍ଷେତ୍ରରେ ପ୍ରବେଶ କରିଛି।

ଏପରିକି ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ପସନ୍ଦ, ଯାହା ଆମକୁ ନୂଆ ଅଭିବୃଦ୍ଧି ହାସଲ କରିବା ସହ ଭାରତୀୟ ଉପଭୋକ୍ତା ଦୃଶ୍ୟପଟରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!