ଭୁବନେଶ୍ୱର ରନ୍‌ୱେ ୱିକ୍‌ , ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍‌

ଭୁବନେଶ୍ୱର:ନୂତନ ଡ଼ିଜାଇନ୍‌ର ପୋଷାକ ପରିଧାନ କରିବା ସହ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି । ସବୁବର୍ଗର ପିଢୀଙ୍କୁ ନଜରରେ ରଖି ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଦଶମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ନାମିଦାମୀ ବଛା ବଛା ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନ୍ ସବୁ ପରିବେଷଣ କରିଥିଲେ ।

ଚଳିତ ବର୍ଷ ସୋ ର ମୁଖ୍ୟ ଆକର୍ଷଣ ଥିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୩ ନନ୍ଦିନୀ ଗୁପ୍ତା ଯେକି ଅତୁଲ୍ୟ କାରିଗରୀ ର ସୋ ଷ୍ଟପର୍ ଥିଲେ । ଏହି ଫ୍ୟାସନ୍ ସୋ ରେ ସାକ୍ଷୀ ହ୍ୟାଣ୍ଡଲୁମ୍‌ର ପ୍ରଦୀପ ସାହାରୀ ସମ୍ବଲପୁରୀ ଇକଟା ଡ଼ିଜାଇନ୍ ପ୍ରଦର୍ଶିତ କରିଥିବା ବେଳେ ଡ଼ିଜାଇନ୍ ଡ଼ାପରଡ଼େଲ୍ଲି ଡ଼ିଜାଇନ୍‌ର ଦେବାଙ୍ଗିନୀ ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଡ଼ିଜାଇନ୍‌ରେ ଛୋଟ ପିଲାମାନଙ୍କର ମାଧ୍ୟମରେ ଲେସ୍‌, କୋକେଟ୍‌, ମୋତି, ରତ୍ନ ପଥର ଏବଂ ଆହୁରି ଅନେକ ଡେଣ୍ଟି ବିଟ୍ ବହନ କରୁଥିବା ଚମତ୍କାର ସଂଗ୍ରହ ପ୍ରଦର୍ଶିତ କରାଯାଇଥିଲା ।

ଲେବେଲ୍ ଲୋପାମୁଦ୍ରାଙ୍କ ଦ୍ୱାରା ପ୍ରଦର୍ଶିତ ଡ଼ିଜାଇନ୍ ଫେବ୍ରିକ୍ ଉପରେ ଆଧାରିତ ଥିଲା । ସରିନାଙ୍କ ଦ୍ୱାରା ଦୁଆଜ୍ କ୍ରିଏସନ୍ କକ୍‌ଟେଲ୍ କଲେକ୍ସନ ପ୍ରଦର୍ଶିତ କରାଯାଇଥିବା ବେଳେ ଲୋପାମୁଦ୍ରା ଭଞ୍ଜଙ୍କ ଦ୍ୱାରା ଲେବେଲ୍ ବାହାର ଡ଼ିଜାଇନ୍‌, ଦେବସ୍ମୀତାଙ୍କ ଦ୍ୱାରା ସୋଲ୍ ବାଏ ଇଣ୍ଡିଆନ୍‌, ସାମ୍ ଓ ସହେଲିସ୍ ଡ଼ାଜାଇନ୍‌ରେ ହ୍ୟାଣ୍ଡିକ୍ରାପ୍ଟ ଫ୍ରେସ୍ କଲ୍‌ଚର୍ ଏବଂ ଫ୍ୟୁଜନ୍ ୱେୟାର ଷ୍ଟାଇଲ୍‌ର ଝଲକ ଦେଖିବାକୁ ମିଳିଥିଲା । ସେହିପରି ଆଇଏନ୍‌ଆଇଏଫ୍‌ଡ଼ି ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମହିଳା ଏବଂ ପୁରୁଷ ପ୍ରିଟ୍‌ର ମିଶ୍ରିତ ବ୍ୟାଗ୍ ସଂଗ୍ରହ ପ୍ରଦର୍ଶିତ କରାଯାଇଥିଲା ।

ଡ଼ିଜାଇନ୍‌ର୍ ଅମ୍ରିତା ସାବତ୍‌ଙ୍କ ଦ୍ୱାରା ପ୍ରଦର୍ଶିତ ଡ଼ିଜାଇନ୍ ଉତ୍କଳ ଅମ୍ରିତାରେ ଓଡ଼ିଶା ହ୍ୟାଣ୍ଡଲୁମ୍‌ର ଝଲକ ଓ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଡ଼େଟ୍ ସହଯୋଗରେ ହୋଇଥିବା ଅତୁଲ୍ୟ କାରିଗରୀ ଇଣ୍ଡିଆ ପ୍ରସ୍ତୁତ ଡ଼ିଜାଇନ୍ ପ୍ରଦର୍ଶିତ କରାଯାଇଥିଲା ।ଏଲ୍ସିଜେ କଲେକ୍ସନ ଦ୍ବାରା ପ୍ରସ୍ତୁତ ଫ୍ୟାସନେବଲ ଜୁଏଲରୀ ମଡେଲ୍ଙ୍କ ସୁନ୍ଦରତାକୁ ଅଧୀକ ଆକର୍ଷଣୀୟ କରିବା ସହ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏହି ସୋ ରେ ବହୁ ମାନ୍ୟଗନ୍ୟ ଅତିଥିଙ୍କ ସହ ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେଜ୍‌ମେର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!