ସୌନ୍ଦର୍ଯ୍ୟ ରାଣୀ ଐଶ୍ବର୍ଯ୍ୟା ଅନେକ ବର୍ଷ ପରେ ଏବେ ବଲିଉଡରେ ପୁଣିଥରେ ରାଜ୍ କରୁଛନ୍ତି । ପୂର୍ବରୁ ତାଙ୍କ ଆକ୍ଟିଂର ଯାଦୁରେ ଅନେକ ହିଟ ଫିଲ୍ମ ଦେବା ସହ ଫ୍ଲପ୍ ଫିଲ୍ମ ଭି ଦେଇଥିଲେ । ନିକଟରେ ଐଶ୍ବର୍ଯ୍ୟା ଏକ ହିଷ୍ଟୋରିକାଲ ଡ୍ରାମା ପୋନିୟନ ସେଲଭନର ପାର୍ଟ ୧ ଓ ପାର୍ଟ ୨ରେ ଦମଦାର ଆକ୍ଟିଂ ସହ ଫ୍ୟାନଙ୍କ ସାମନାକୁ ଆସିଥିଲେ । ମଣି ରତନମଙ୍କ ଡିରେକ୍ସନରେ ଏହି ଫିଲ୍ମ ଇଣ୍ଡିଆନ ବକ୍ସ ଅଫିସରେ ଖୁବ୍ କମାଲ କରିଛି । କାଲି କ୍ରିଷ୍ଣମୂର୍ତ୍ତିଙ୍କ ୧୯୫୫ର ଉପନ୍ୟାସ ପୋନିୟନ ସେଲଭନର ଦୁଇଟି ପାର୍ଟ ସୁପର ଡୁପୁର ହିଟ ହୋଇଛି । ଐଶ୍ବର୍ଯ୍ୟାଙ୍କ ଏହି ଦୁଇଟି ମୁଭି ମଦ୍ରାସ ଟକିସ ଓ ଲାୟକା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ । ଐଶ୍ବର୍ଯ୍ୟାଙ୍କ ସହ ଏହି ଫିଲ୍ମରେ ଜୟମ ରଭି, କାର୍ତ୍ତି, ବିକ୍ରମ ପରି ଅନେକ ନାମିଦାମୀ ଆକ୍ଟର ନଜର ଆସିଥିଲେ । ଦେଖିବା ଅନୁସାରେ ମଣି ରତନମଙ୍କ ସହ ଐଶ୍ବର୍ଯ୍ୟାଙ୍କ ଏହି ଫିଲ୍ମ ହେଉଛି ଚାରି ନମ୍ବର ଫିଲ୍ମ । ଯାହା ଅନସ୍କ୍ରିନରେ ମ୍ୟାଜିକ କରିଛି ।
ଏହି ଫିଲ୍ମ ଛଡ଼ା ଐଶ୍ବର୍ଯ୍ୟା ଆଗକୁ ଅନୁରାଗ କସ୍ୟପଙ୍କ ଡିରେକ୍ସନରେ ଅପକମିଂ କପ୍ ଡ୍ରାମା ଗୁଲାବ ଜାମୁନରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ ଅଭିଶେକ ବଚ୍ଚନ ନଜର ଆସିବେ । ଖବର ଅନୁଯାୟୀ ଏହି ଫିଲ୍ମ ୨୦୨୩ ଡିସେମ୍ବର ୨୦ରେ ରିଲିଜ ହେବ । ଏହା ଛଡ଼ା ଐଶ୍ବର୍ଯ୍ୟାଙ୍କ ଲିଷ୍ଟରେ ଶ୍ରୀ ନାରାୟଣ ସିଂହଙ୍କ ଡିରେକ୍ସନରେ ଅପକମିଂ ଇମୋସନାଲ ଡ୍ରାମା ‘Jasmine: Story Of A Leased Womb’ ଡିସେମ୍ବରରେ ଆସିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଐଶ୍ବର୍ଯ୍ୟା ଏଥିରେ ଜଣେ ସରୋଗେଟ ମଦର ଭାବେ ନଜର ଆସିବେ । ଆଶା କରିବା ଐଶ୍ବର୍ଯ୍ୟା ସୁନ୍ଦରୀ ଏପରି ଅନେକ ଫିଲ୍ମ ସହ ଫ୍ୟାନଙ୍କୁ ଭେଟି ଦିଅନ୍ତୁ ।

