ଭାଇରାଲ ହେଉଛି ଆଲିଆ ଓ ରଣବୀରଙ୍କ ଲିଟିଲ୍ ପ୍ରିନ୍ସେସ୍ ରାହାଙ୍କ ଫଟୋ । ପ୍ରଥମ ଥର ପାଇଁ ଝିଅ ମୁହଁ ଦେଖାଇଲେ ଆଲିଆ ଭଟ୍ଟ। ଖ୍ରୀସମାସରେ ସେ ନିଜ ଫ୍ୟାନ୍ମାନଙ୍କୁ ଦେଲେ ବଡ଼ ଗିଫ୍ଟ। କପୁର ଖାନଦାନର ନାତୁଣୀକୁ ଦେଖି ଫ୍ୟାନ୍ମାନେ ଖୁସିରେ ହୋଇଛନ୍ତି । ବର୍ଷେ ପରେ ଆଲିଆ ଓ ରଣବୀର ନିଜ ଝିଅର ମୁହଁକୁ ସମସ୍ତଙ୍କୁ ଦେଖାଇଛନ୍ତି। ରାହାର ମୁହଁକୁ ଦେଖି ଅନେକ ୟୁଜର୍ସ ଭଳି କି ଭଳି କମେଣ୍ଟ ଦେଇଛନ୍ତି। କିଏ କହୁଛି ଇରା ପୂରା କପୁର ଫ୍ୟାମିଲି ଉପରେ ଯାଇଛି ତ ଆଉ କିଏ ଜେଜେ ବାପା ରିଷି କପୁରଙ୍କ କାର୍ବନ କପି ବୋଲି କହୁଛି। ରାହାର ମୁହଁକୁ ଦେଖି ଅନେକ ୟୁଜର୍ସ ଭଳି କି ଭଳି କମେଣ୍ଟ ଦେଇଛନ୍ତି।

