ଭୁବନେଶ୍ଵର ସହର ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଜନପଥରେ ଆକର୍ଷଣୀୟ ହୋଟେଲ୍ ଷ୍ଟଲ୍ୱାର୍ଟ୍ ଯଯାତିର ଶୁଭ ଉଦ୍ଘାଟନ ହୋଇଛି। ହୋଟେଲ୍ର ସି.ଏମ.ଡି. ଶରତ କୁମାର ସାହୁଙ୍କ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ମାତା ରୁକ୍ମଣି ବେହେରା ଙ୍କ କର କମଳରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ତିନିମହଲା ବିଶିଷ୍ଟ ହୋଟେଲ୍ରେ ୪୦ଟି ଆରାମଦାୟକ କୋଠରୀ, ୬ଟି ସୁଟ୍. ଏବଂ ୨ଟି ବାଂକ୍ରେଟ୍ ହଲ୍ ରହିଛି । ଏହା ସହିତ ଲନ୍, ଇନଡୋର୍ ଗେମ୍ ଆଦିର ବ୍ୟବସ୍ଥା ରହିଛି । ପୂର୍ବରୁ ଏହି ହୋଟେଲ୍ର ନାମ ଯଯାତି ଥିଲା । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରୁ ଆସି ଶରତ କୁମାର ସାହୁ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଆଜି ସଫଳ ଏବଂ ଅଗ୍ରଗାମୀ । ନିକଟରେ ଷ୍ଟଲ୍ୱାର୍ଟ୍ ସ୍କାଏସିଟି ନାମରେ ୩୬ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍ ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବହୁ ଖ୍ୟାତି ଅର୍ଜନ କରିଅଛନ୍ତି ।

