ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ବୁକ୍ ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି । ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ ଓ୍ବେବସାଇଟ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ ।

ସେହିପରି OR 10 space ରୋଲ୍ ନମ୍ବର ଲେଖି 5676750କୁ ଏସଏମଏସ କଲେ ଫଳ ଜଣାପଡ଼ିବ ।ମୋଟ୍ ପାସ୍ ହାର ୯୬.୧୯% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ରେଗୁଲାର ପାସ୍ ହାର ୯୬.୪୦% ।

ଏକ୍ସ ରେଗୁଲାର ପାସ୍ ହାର ୭୩.୪୧% । ମୋଟ୍ ୬ଟି ଜିଲ୍ଲାରେ ପାସ୍ ହାର ୯୭ ପ୍ରତିଶତରୁ ଅଧିକ ରହିଛି। କଟକ, ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ୯୭.୯୯% ଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୯୨.୬୮ପ୍ରତିଶତ ରହିଛି ।୩୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଥିବା ବେଳେ କୌଣସି ସ୍କୁଲରେ ହୋଇନି ଶୂନ ରେଜଲ୍ଟ ।

ମୋଟ୍ ୨,୫୩,୬୩୩ ଛାତ୍ର ପାସ୍ କରିଥିବା ବେଳେ ୨,୫୮,୮୨୭ ଛାତ୍ରୀ ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% । A1ଗ୍ରେଡରେ- ୪୧୫୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । A2 ଗ୍ରେଡରେ ୨୯,୮୦୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । b1-77,762, b2-1,19,120 ଛାତ୍ରଛାତ୍ରୀ ପାସ୍ କରିଛନ୍ତି । C ଗ୍ରେଡରେ 1,22,271, D-95,934, E-62,791 ଓ F ଗ୍ରେଡରେ 8585 ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!