‘ଭାରତୀୟ ଅର୍ଥନୀତିରେ ବ୍ୟାଙ୍କର ଭୂମିକା’

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) କର୍ମଚାରୀ ସଂଘ ଭୁବନେଶ୍ବର ମଣ୍ଡଳର ସାଧାରଣ ପରିଷଦ ସଭା ରେଲୱେ ଅଡିଟୋରିୟମ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ଏସ୍ବିଆଇ ଶାଖାଗୁଡ଼ିକର କର୍ମଚାରୀମାନେ ଯୋଗଦେଇଥିଲେ।

ଏହି ଅବସରରେ ସର୍ବଭାରତୀୟ ବ୍ୟାଙ୍କ ସଂଘ ସମୂହର ଆବାହକ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ବନ୍ଦଲିସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଷ୍ଟେଟ ବ୍ୟାଙ୍କର ମହାପ୍ରବନ୍ଧକ ପିନାକ ଚକ୍ରବର୍ତ୍ତୀ, ପୋନ୍ନାବଲମ ଏମ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ବ୍ୟାଙ୍କିଙ୍ଗ୍ ଶିଳ୍ପର ବିଭିନ୍ନ ସମସ୍ୟା ସହ ଭାରତୀୟ ଅର୍ଥନୀତିରେ ବ୍ୟାଙ୍କର ଭୂମିକା ଏବଂ ଆଗାମୀ ଦିନରେ ସମ୍ମୁଖୀନ ହେବାକୁ ଥିବା ଆହ୍ବାନ, କାର୍ଯ୍ୟରତ କର୍ମଚାରୀମାନଙ୍କର ସାମଗ୍ରିକ ବିକାଶ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ୧୦୦୦ରୁ ଅଧିକ ସଭ୍ୟଙ୍କ ସମେତ ବିଭିନ୍ନ ରାଜ୍ୟର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ଏବଂ ସାଧାରଣ ସମ୍ପାଦକ ଓ ଅନ୍ୟମାନେ ଉକ୍ତ ମହାସଭାରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପରିଷଦର ସଦସ୍ୟ ସ୍ବାଧୀନ କୁମାର ଦାଶଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଏପରିକି ସଭାର ଶେଷ ପର୍ଯ୍ୟାୟରେ ଭୁବନେଶ୍ବର ମଣ୍ଡଳର ସାଧାରଣ ସମ୍ପାଦକ ରଘୁନାଥ ପ୍ରସାଦ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷରେ ପରିଷଦର ଉପ ସାଧାରଣ ସମ୍ପାଦକ ଭୁବନେଶ୍ବର ୟୁନିଟ୍ର ତପନ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Post Views86 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!