ଏଣିକି ବର୍ଷକୁ ୨ ଥର କାଳିଆ ବୃତ୍ତି ଲାଗି ଆବେଦନ ଆହ୍ୱାନ କରାଯିବ। ଜୁଲାଇରୁ ଅଗଷ୍ଟ ପ୍ରଥମ ଦଫା ଏବଂ ନଭେମ୍ୱରରୁ ଡିସେମ୍ୱର ଦ୍ୱିତୀୟ ଦଫାରେ ଛାତ୍ରଛାତ୍ରୀ ଆବେଦନ କରିବେ। ଯୋଜନା ଅଧୀନରେ ହିତାଧଳକାରୀଙ୍କ ପିଲାମାନଙ୍କୁ ପାଠପଢ଼ିବା ଲାଗି କୋର୍ସ ଫି ଠାରୁ ଆରମ୍ଭ କରି ହଷ୍ଟେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି।
ଏହି ସ୍କଲାରସିପ ଯୋଜନା ଛାତ୍ରଛାତ୍ରୀଙ୍କ ନିକଟରେ କିପରି ସହଜରେ ପହଁଞ୍ଚିପାରିବ ତାର ସରଳୀକରଣ ବ୍ୟବସ୍ଥା ଲାଗି ସରକାର ଯୋଜନା କରିଛନ୍ତି। ତେବେ ବୃତ୍ତିଗୁଡ଼ିକ ବିଷୟରେ ଅନେକ ଛାତ୍ରଛାତ୍ରୀ ଜାଣିପାରୁନାହାଁନ୍ତି।
ତେଣୁ ସାମ୍ସ ପୋର୍ଟାଲ ସହିତ ଏଣିକି ‘ଷ୍ଟେଟ୍ ସ୍କଲାରସିପ ପୋର୍ଟାଲ’କୁ ଜୋଡାଯିବ।
ଯାହାଦ୍ୱାରା ନାମଲେଖା ସମୟରେ ପିଲାମାନେ ପୋର୍ଟାଲ ଦେଖି ବୃତ୍ତି ଆବେଦନ କରିପାରିବେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଘରୋଇ ଏବଂ ସରକାରୀ କଲେଜରେ ପିଜି ସମକକ୍ଷ ସମସ୍ତ କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ କାଳିଆ ସ୍କଲାରସିପ ପ୍ରଦାନ କରାଯିବ।
ମେଡିକାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା, ଆଇଆଇଟି, ଆଇଆଇଏମ, ଏନଆଇଟି, ପିଜି ମେଡିକାଲ ସାଇନ୍ସ, ପିଜି ଏଗ୍ରିକଲଚର ସାଇନ୍ସ, ଏମ-ଟେକ, ଏମଏସସି କୋର୍ସ କରୁଥିବା ପିଲାମାନେ ମଧ୍ୟ ସ୍କଲାରସିପର ଲାଭ ନେଇପାରିବେ। କାଳିଆ ଯୋଜନା ଅଧୀନରେ ଥବା ହିତାଧିକାରୀଙ୍କ ପିଲାମାନଙ୍କୁ ରାଜ୍ୟ ସରକାର ୨୦୨୧-୨୨ବର୍ଷରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିଆସୁଛନ୍ତି।

