ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ କିଶୋରଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଶ୍ରୀ ନାୟକଙ୍କ ଠାରୁ ମୋଟ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ଅରବିନ୍ଦ ସ୍କୁଲ୍ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଟିମ୍।

ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା। ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କାହିଁକି ଏହାର ଆବଶ୍ୟକତା ପଡ଼ିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚାରିଥିଲେ।

କିନ୍ତୁ ଶ୍ରୀ ନାୟକ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!