ପୁଲିସ-ମାଓବାଦୀ ଗୁଳି ବିନିମୟ : ୩ ମାଓବାଦୀ ନିହତ

ଆଜି ମଦନପୁର ଓ ରାମପୁର ଥାନା ପୁଲିସ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ବଲାଙ୍ଗିର – କଳାହାଣ୍ଡି ସୀମାନ୍ତ ମଦନପୁର – ରାମପୁର ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ।

ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଗୁଳି ମାଡ଼ରେ କଳାହାଣ୍ଡି ଜିଲ୍ଲା ଡିଏସପି ଅତୁଲକୃଷ୍ଣ ଦାସଙ୍କ ଗୋଡ଼ ପାଦରେ ଗୁଳି ବାଜିଛି ।

ପାଲଟା ଜବାବରେ ସୁରକ୍ଷା ବାହିନୀର ଗୁଳି ମାଡ଼ରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକେ ୪୭ ରାଇଫଲ ଜବତ ହୋଇଛି ।

ଆହତ ଡିଏସ୍ପିଙ୍କୁ ପ୍ରଥମେ ଏମ.ରାମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଆହତ ଡିଏସପିଙ୍କୁ ବଲାଙ୍ଗୀର ଭାମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Post Views113 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!