ଶ୍ୟାମ ଷ୍ଟିଲ୍ କରିବ ରାଜ୍ୟରେ ବ୍ୟବସାୟିକ ସମ୍ପ୍ରସାରଣ

ଓଡ଼ିଶାରେ ଡିଲର ବିତରଣ ନେଟ୍ୱର୍କ ସମ୍ପ୍ରସାରଣ ସହ ଶ୍ୟାମ ଷ୍ଟିଲ୍ ବ୍ୟବସାୟିକ କାର୍ଯ୍ୟକଳାପରେ ଅଭିବୃଦ୍ଧି ଘଟାଇବାକୁ ଯୋଜନା କରିଥିବା ଜଣାପଡ଼ିଛି।

ଏପରିକି କମ୍ପାନୀ ପାଇଁ ଓଡ଼ିଶା ଅନ୍ୟତମ ପ୍ରମୁଖ୍ୟ ବଜାର ହୋଇଥିବା ବେଳେ ଉକ୍ତ ବ୍ରାଣ୍ଡ୍ ଓଡ଼ିଶା ବଜାରରେ ପ୍ରାଇମେରି ଟିଏମ୍ଟି ବାର୍ ଶ୍ରେଣୀର ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ରାଜ୍ୟରେ କମ୍ପାନୀର ୮୫୦ ଡିଲର ବିତରଣ ନେଟ୍ୱର୍କ ରହିଛି ଏବଂ ଏହା ନୂତନ ଅଞ୍ଚଳରେ ନିଜର ଉପସ୍ଥିତି ବୃଦ୍ଧି କରିବାକୁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି।

ସେହିଭଳି କମ୍ପାନୀ ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ମଜଭୁତ ଉପସ୍ଥିତି ରଖିଥିବା ବେଳେ ପଶ୍ଚିମ ଓ ଦକ୍ଷିଣରେ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁବର୍ଣ୍ଣପୁର, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଆଦି ଜିଲାରେ ନିଜର ବ୍ୟବସାୟିକ କାର୍ଯ୍ୟକଳାପ ସମ୍ପ୍ରସାରଣ କରିବା ଉପରେ ଦୃଷ୍ଟି ନିବଦ୍ଧ କରୁଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!