ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଆସିଲା ଫୋନ୍‌

ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ।

ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ନବ ନିର୍ବାଚିତ ବିଧାୟକଙ୍କ ନିକଟକୁ ଫୋନ୍ କଲ୍ ଯାଉଛି।

ଏହି କ୍ରମରେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଜେନା, ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁ, କୁଚିଣ୍ଡା ବିଧାୟକ ରବି ନାଏକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନିକଟକୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!