ରିଲାଏନ୍ସ ଜିଓ ବିଷୟରେ ମୁକେଶ କହିଛନ୍ତି ,ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଏପରିକି ୪୦ହଜାର କୋଟି ଟଙ୍କାରୁ ଅଧିକ ନିବେଶକରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ ନେଟ୍ୱର୍କ ପ୍ରସ୍ତୁତ କରିଛି, ଯାହା ରାଜ୍ୟର ୯୮% ଲୋକମାନଙ୍କ ପାଖରେ ପହଞ୍ଚିପାରିଛି।
ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ। ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ ସ୍ଥିତି ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କମ୍ପାନୀଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ।
ରାଜ୍ୟର କେଜି-ଡି୬ ବେସିନ୍ ଓ ତାହାର ପାଇପ୍ଲାଇନରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ। ଦେଶର ମୋଟ ଗ୍ୟାସ୍ ଉପତ୍ାଦନରେ କେଜି-ଡି୬ର ପ୍ରାୟ ୩୦% ଯୋଗଦାନ ରହିଛି।
ସେହିପରି ଆନ୍ଧ୍ରପ୍ରଦେଶରରେ ଫାର୍ମା ଓ ଭିତ୍ତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି, ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି। ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି।

