ଚିନ୍ମୟୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ପ୍ରୀତିମାନ ଚିନ୍ମୟୀଙ୍କ ଘରକୁ ଆସୁଥିବା ଭଡ଼ାଘର ମାଲିକାଣୀ କହିଛନ୍ତି। ତେବେ କେବଳ ବନ୍ଧୁ ଭାବେ ସାହାଯ୍ୟ କରିଥିବା କହିଛନ୍ତି ପ୍ରୀତିମାନଙ୍କ ମା’।

ତଦନ୍ତ ପାଇଁ ଦୁଇଟି ଟିମ୍ ସୋନପୁର ଓ ବଲାଙ୍ଗିରରେ ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରେ ସୁରାଗ ଖୋଜୁଛି ବୁର୍ଲା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍। ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା।

ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ। ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା। ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି।

ଗତକାଲି ଭୁବନେଶ୍ବର ବିଜେବି ନଗର ସ୍ଥିତ ଭଡାଘରେ ଛାନଭିନ୍ କରିଥିଲା ସମ୍ବଲପୁର ଟିମ୍। ଡିସେମ୍ବରରେ ଘର ଛାଡ଼ିଥିଲେ ବି ସେଠାରେ ଚିନ୍ମୟୀଙ୍କ ଜିନିଷପତ୍ର ରହିଛି। ଦୁଇଟି ଘର ଛାଡି ରହୁଥିଲେ ବୟଫ୍ରେଣ୍ଡ ପ୍ରୀତିମାନ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!