ବିବାହ ପାଇଁ ମେକଅପ୍ ନେଲେ କନିଆଁ, ହେଲା ଏଭଳି ଅବସ୍ଥା

ବିବାହ ଉତ୍ସବରେ ଅଧିକ ସୁନ୍ଦର ଦେଖାଯିବାର ପାଇଁ ବିବାହ ଦିନ ମେକଅପ୍ କରାଇବାକୁ ଯାଇଥିଲା କନ୍ୟା । ହେଲେ ମେକଅପ୍ କରିବାର କିଛି ସମୟ ଭିତରେ ତା’ର ଚେହେରା ଏପରି ଭୟଙ୍କର ହୋଇଗଲା ଯେ, ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଗଲା । ଫଳରେ ବିବାହକୁ ସ୍ଥଗିତ ରଖାଯିବା ସହ ପାର୍ଲିର ମାଲିକଙ୍କୁ ଗିରଫ କରାଯାଇଛି । ଏମିତି ଏକ ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାର ଆରାସିୟୋର ଗ୍ରାମରେ ଘଟିଛି।

ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଜାଜୁର ଗ୍ରାମର ବାସିନ୍ଦା। ପୀଡିତା ୧୦ ଦିନ ତଳେ ସହରର ଗଙ୍ଗାଶ୍ରୀ ହର୍ବାଲ ବିଉଟି ପାର୍ଲର ଆଣ୍ଡ ସ୍ପାରେ ନିଜର ମେକଅପ୍ କରାଇଥିଲେ। ମେକଅପ୍ ପରେ ପୀଡ଼ିତାଙ୍କ ମୁହଁ ଫୁଲି ଯାଇଥିଲା। ଫଳରେ ଯୁବତୀ ଜଣକର ମୁହଁ ପୋଡ଼ି ହେବାକୁ ଲାଗିଥିଲା। ଆଉ ତାଙ୍କ ମୁହଁ କଳା ପଡ଼ି ଯାଇଥିଲା । ଯୁବତୀଙ୍କ ମୁହଁ ଅସୁନ୍ଦର ହୋଇଥିବା ଜାଣିବା ପରେ ବିବାହ କରିବାକୁ ମନା କରିଦେଇଥିଲେ ବର ।

ଫଳରେ ବାହାଘର ଭାଙ୍ଗିଯାଇଥିଲା। ଯୁବତୀ ଜଣକ ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ଯୁବତୀଙ୍କ ପରିବାରୁ ତରଫରୁ ସମ୍ପୃକ୍ତ ବ୍ୟୁଟିପାର୍ଲର ମାଲିକଙ୍କ ବିରୋଧରେ ଥାନାରେ ମାମାଲା ରୁଜୁ କରାଯାଇଛି। ଫଳରେ ବିବାହକୁ ସ୍ଥଗିତ ରଖାଯିବା ସହ ପାର୍ଲର ମାଲିକଙ୍କୁ ଗିରଫ କରାଯାଇ ଜେରା ହୋଇଥିବା ଜଣାପଡିଛି ।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!