ଭାଜପା ନେତ୍ରୀ ନବନୀତ ରାଣା ପାକିସ୍ତାନରୁ ହତ୍ୟା ଧମକ

ଭାଜପା ନେତ୍ରୀ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି। ସେ ଏନେଇ ଖାର ଥାନାରେ ଅଭିଯୋଗ କରିଛନ୍ତି।

ଧମକପୂର୍ଣ୍ଣ କଲ୍‌ରେ ତାଙ୍କୁ ହିନ୍ଦୁ ସିଂହୀ ବୋଲି ସମ୍ବୋନ କରାଯାଇଥିଲା ଏବଂ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକଠାରୁ ମଧ୍ୟ ସାହାଯ୍ୟ ନିଆଯାଇପାରିବ।

ଭାରତୀୟ ଜନତା ପାର୍ଟି (ଭାଜପା) ନେତ୍ରୀ ତଥା ପୂର୍ବତନ ଏମ୍‌ପି ବନୀତ ରାଣା ଏବଂ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି। ସେ ଖାର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଧମକପୂର୍ଣ୍ଣ କଲ ବିଷୟରେ ପୋଲିସକୁ ସୂଚନା ଦେଇଛନ୍ତି।

ରାଣାଙ୍କ ପିଏ ନିଶ୍ଚିତ କରିଛନ୍ତି ଯେ, ଉଭୟଙ୍କୁ ହତ୍ୟା ଧମକ ଦିଆଯାଇଛି ଏବଂ ସେମାନେ ପୋଲିସରେ ଅଭିଯୋଗ କରିଛନ୍ତି।

Post Views28 Total Count

Apply Now


This will close in 0 seconds

error: Content is protected !!