“ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୩”

ଭୁବନେଶ୍ୱର ମାର୍ଚ୍ଚ ୫: ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୩” ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ସ୍ୱତନ୍ତ୍ର ଅତିଥି ଭାବେ ଚେୟାରମ୍ୟାନ୍ – ଏମ୍‌ଜିଏମ୍ ମିନେରାଲ୍ ଶ୍ରୀ ପଙ୍କଜ୍ ଲୋଚନ ମହାନ୍ତି, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଶ୍ରୀ ବିଶାଳ କୁମାର ଦେବ୍ (ଆଇଏଏସ୍‌, ପ୍ରମୁଖ ସଚିବ, ଅର୍ଥ ବିଭାଗ), ଶ୍ରୀ ସଞ୍ଜୟ କୁମାର ମିଶ୍ର (ଚେୟାରମ୍ୟାନ, ଓପିଟିସିଏଲ୍‌), ଶୁଭାଷିସ ଦାସ (ନିର୍ଦେଶକ, ଆରଡେଣ୍ଟ ଷ୍ଟିଲ୍‌), କଳିଙ୍ଗ କେଶରୀ ରଥ (ଏମ୍‌ଡ଼ି, ଇଭୋସ୍ ବିଲ୍ଡକନ୍‌) ପ୍ରମୁଖ ଯୋଗଦେଇଥିଲେ ।

“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟରେ ବାଣିଜ୍ୟ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ଉଦ୍ୟମକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମୁହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଅଧିବେଶନ ପରେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିକୁ ନେଇ ଶ୍ରୀ ଦିବ୍ୟଜିତ୍ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ବକ୍ତା ଭାବେ ମାନ୍ୟବର ବିଧାୟକ କଟକ – ଚୌଦ୍ୱାର ସୌଭିକ୍ ବିଶ୍ୱାଳ, ସିଦ୍ଧିକ୍ ଆଲାମ୍ (ନିର୍ଦ୍ଦେଶକ, ଶିଳ୍ପ ବିଭାଗ), ଉପକୁଳପତି – କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ସସ୍ମିତା ସାମନ୍ତ, ପରିଚାଳନା ନିର୍ଦ୍ଦେଶକ – ଟାଟା ଷ୍ଟିଲ୍ ଶ୍ରୀ ପଙ୍କଜ ସତିଜା, ଓଁକାର ରାୟ, ଏକ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ ଷ୍ଟାଟ ଅଫ୍ ଓଡିଶା, ଆରଇଡି ଏନ୍‌.ଟି.ପି.ସି ଅସିମ୍ କୁମାର ଗୋସ୍ୱାମୀ, ପ୍ରସନ୍ନ ହୋତା (ପ୍ରେସିଡେ, ଗ୍ରୁପ ହେଡ୍ ସିଏସ୍‌ଆର ଜେ.ଏସ୍‌.ପି.ଏଲ୍ ପ୍ରମୁଖ ଯୋଗଦେଇଥିଲେ ।


ଆଲୋଚନା ଚକ୍ର ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ “ଦି ପିପୁଲ୍‌ସ ଅଫିସର”, ତାରା ପଟ୍ଟନାୟକ, ସଞ୍ଜୟ ହଂସ, ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ୨୦୨୩ ଏବଂ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩୦ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୩”ରେ ସମ୍ମାନିତ କରାଯାଇଥିଲା ।

ଏତଦ୍ ବ୍ୟତୀତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂସ୍କରଣ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍‌ସ”ର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସହ-ସଂପାଦକ ଶୁଭଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!