ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର।

ସସ୍ମିତ ପାତ୍ର ୨୦୨୨ରେ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ। ତାଙ୍କୁ ସଂସଦୀୟ ଦଳ ନେତା କରିଥିଲା ବିଜେଡି। ଆଜି ସେ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାରେ ବର୍ତ୍ତମାନ ବିଜେଡିର ୬ ଜଣ ସାଂସଦ ଅଛନ୍ତି।

ନିକଟରେ ନିର୍ବାଚିତ ହୋଇଥିଲେ ସଂତୃପ୍ତ ମିଶ୍ର। ପୂର୍ବରୁ ସାଂସଦ ଅଛନ୍ତି ସସ୍ମିତ ପାତ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ଦେବାଶିଷ ସାମନ୍ତରାୟ ଓ ମାନସ ମଙ୍ଗରାଜ। ତେବେ ସଂସଦୀୟ ଦଳରୁ ଇସ୍ତଫା ନେଇ ସସ୍ମିତ ପାତ୍ର କିମ୍ବା ବିଜେଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!