ନୂଆ ନାମରେ ନାମିତ ହେଲା ବରମୁଣ୍ଡା ବସଷ୍ଟାଣ୍ଡ

ଡକ୍ଟର ବାବା  ସାହେବ  ଭୀମରାଓ  ଆମ୍ବେଦକରଙ୍କ  ନାମରେ  ନାମିତ ହେବ ଭୁବନେଶ୍ବର  ବରମୁଣ୍ଡା  ବସଷ୍ଟାଣ୍ଡ  । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବେଦକରଙ୍କ  ଜୀବନ ଓ  ଆଦର୍ଶକୁ  ନେଇ  କରାଯିବ  ସ୍ଵତନ୍ତ୍ର  ଗ୍ୟାଲେରୀ। ଭାରତୀୟ  ସମ୍ବିଧାନର  ଜନକ ତଥା  ସାମାଜିକ  ନ୍ୟାୟର  ମହାନ୍ ପ୍ରବକ୍ତା  ଡକ୍ଟର ଆମ୍ବେଦକର । ଏନେଇ ଭୁବନେଶ୍ଵର ବରମୁଣ୍ଡାର  ନବନିର୍ମିତ ବସ ଷ୍ଟାଣ୍ଡ ଆମ୍ବେଦକରଙ୍କ ନାମରେ  ନାମିତ ହେବ ।

ଆଜି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକରଙ୍କ  ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି  ।  ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର  ବସ  ଟର୍ମିନାଲ  ଭାବରେ  ପରିଚିତ  ହେବ। ଡକ୍ଟର  ଆମ୍ବେଦକର  ଜଣେ  ଦୂରଦର୍ଶୀ ନେତା ଓ ସମର୍ପିତ  ସମାଜ  ସଂସ୍କାରକ  ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।   ଦଳିତ  ନିଷ୍ପେଶିତଙ୍କ  ପାଇଁ  ସେ  ଥିଲେ  ଆଶାର  ଆଲୋକ । ଏକ   ନ୍ୟାୟ ପୂର୍ଣ  ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!