ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୨ଟି OISF ବାଟାଲିୟନ୍

ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ OISF ର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଓଆଇଏସଏଫରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭। ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିଅନ ସୃଷ୍ଟି କରିଥିଲେ । ଏହାଦ୍ୱାରା ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା। ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବା ପରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ରେ ସମୁଦାୟ ପଦବୀ ସଂଖ୍ୟା ୪୯୨୭ ପଦବୀ ସୃଷ୍ଟି ହେବ ।

Post Views18 Total Count

Apply Now


This will close in 0 seconds

error: Content is protected !!