ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗ୍ରାମୀ ଆୱାର୍ଡ ବିଜେତା ସଙ୍ଗୀତକାର ରିକି କେଜ୍‌

ବିଶିଷ୍ଟ ସଙ୍ଗୀତକାର ତଥା ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ବିଜେତା ଡ. ରିକି କେଜ୍‌  ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାରା ଆର୍‌. ବାଲ୍‌କ୍ରିଷ୍ଣନ୍‌, କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧୁରୀ, ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଭାରତୀୟ ସଙ୍ଗୀତକାର ତଥା ପରିବେଶବିତ୍‌ ଡ. ରିକି କେଜ୍‌ ନିକଟ ଅତୀତରେ ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।ସାକ୍ଷାତକାଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ବାର୍ତ୍ତାଳାପ ହୋଇଥିଲା ।

ଆନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଅବସରରେ ଓଡିଶା ଦ୍ୱାରା ମୁକ୍ତିଲାଭ କରିଥିବା ମାଣ୍ଡିଆ ଗୀତ ପ୍ରତି ରିକି କେଜଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆସିଥିବା ଅତିଥି ମଧ୍ୟ ଓଡିଶାର ସଫଳ ମିଲେଟ ମିଶନ ଉପରେ ଏକ ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରୀ ଦେଖିଥିଲେ। ଏହାପରେ ରିକି କେଜ୍‌ଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେବା ସହ ସଙ୍ଗୀତକ୍ଷେତ୍ରରେ ତାଙ୍କର ଆହୁରି ଅନେକ ସଫଳତା କାମନା କରିଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!