ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ବିଭାଗର ରିପୋର୍ଟ କାର୍ଡ

ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା । ବିଭାଗୀୟ ମନ୍ତ୍ରୀ ରୀତା ସାହୁ ଓ ବିଭାଗୀୟ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢୀ ତଥ୍ୟ ପ୍ରଦାନ କରିଥିଲେ । ମନ୍ତ୍ରୀ କହିଥିଲେ ହସ୍ତତନ୍ତ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି । ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।


ବୟନିକାର ବାର୍ଷିକ କାରବାର ୧୬୨,୧୪ କୋଟି ଟଙ୍କା ହୋଇଥିନବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି ଟଙ୍କା ଓ ଅମ୍ଳାନ ୪.୪୬ କୋଟି ଟଙ୍କା। ବାର୍ଷିକ କାରବାର କରିଛି ।ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫,୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୯ଟି ହସ୍ତତନ୍ତ ଓ ୩ଟି ହସ୍ତଶିଳ୍ପ ଉତ୍ପାଦ ଜିଆଇ ଟ୍ୟାଗ ପାଇଛନ୍ତି । ୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଇଛି। ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୭,୭୨୭ କାରିଗରଙ୍କୁ ଦକ୍ଷତା ଚାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ହସ୍ତଶିଳ୍ପ ୟୁନିଟ୍ ସ୍ଥାପନ ପାଇଁ ବ୍ୟାଙ୍କ ଋଣ ନେବା ପାଇଁ ୨୦% ମାର୍ଜିନ୍ ରାଶି ସହାୟତ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି ।


ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସାଧୁତ ହୋଇପାରିଛି ।
ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଉତ୍କଳିକାର ବିଭିନ୍ନ ଶାଖାମାନଙ୍କ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ବିକ୍ରି କରିବା ପାଇଁ ବଜାର ସହାୟତା ଯୋଗାଇ ଦିଆଯାଉଛି । ୩୦ ହଜାର ୨୧୩ ହସ୍ତଶିଳ୍ପ କାରିଗର ଏହି ବଜାର ସହାୟତା ପାଇଛନ୍ତି ।
ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପନୀତି ୨୦୨୨ ପ୍ରଣୟନ କରାଯାଇଛି । ଏଥରେନିବେଶ କାରୀ ମାନେ ମୂଳ ଫୁଳିର ୪୪% ରାଶି ରିହାତି ରୂପେ ପାଇପାରୁଛନ୍ତି । ପ୍ରତି ମହିଳା କର୍ମଚାରୀଙ୍କ ପାଇଁ ୬ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ରିହାତି ଦିଅଯାଇ ସେମାନଙ୍କ ଖର୍ଚ୍ଚ ଭରଣା କରାଯାଉଛି ।ପୋଷାକ ଶିଳ୍ପରେ ୩ଟି ବୃହତ୍ କମ୍ପାନୀ ରଜ୍ୟରେ କାର୍ଯ୍ୟ କରୁଛି । ୮୧୬୪ ଜଣ ଏଥୁରେ ନିଯୁକ୍ତି ପାଇଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!