ମହଙ୍ଗା ଭତ୍ତାରେ ୪% ବୃଦ୍ଧି କଲେ ରାଜ୍ୟ ସରକାର

ମହଙ୍ଗା ଭତ୍ତାରେ ୪% ବୃଦ୍ଧି କଲେ ରାଜ୍ୟ ସରକାର । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ପ୍ରତିଶତରୁ ୪୨ ପ୍ରତିଶତ ବୃଦ୍ଧି ପାଇଛି । ଏହା ଜାନୁୟାରୀ ପହିଲା ୨୦୨୩ରୁ ପିଛିଲା ଭାବରେ ଲାଗୁ ହେବ ।

ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ ମାସ ଦରମାରେ ନଗଦ ଆକାରରେ ମିଳିବ ।ଏହା ସହିତ ପେନସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି ।

ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ୍ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!