OCA ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ପଙ୍କଜ ଲୋଚନ

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।

ଓସିଏର ଉପାଧ୍ୟକ୍ଷ ମହାନ୍ତି ସଭାପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ବୋଲି ସୂତ୍ରରୁ ଜଣାପଡିଛି। ଓସିଏ ଅନୁଯାୟୀ, ନାମାଙ୍କନର ଯାଞ୍ଚ ଫେବୃଆରୀ୧୪ ରେ କରାଯିବ ଏବଂ ପ୍ରାର୍ଥୀମାନେ ଫେବୃଆରୀ ୧୫ ରେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୨୪ ରେ ଓସିଏ’ର ଏଜିଏମ ସମୟରେ ନୂତନ ସଭାପତି ନିର୍ବାଚିତ ହେବେ।

ବବି ୨୦୨୨ ରେ ଓସିଏ’ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ଗତ ବର୍ଷ ଡିସେମ୍ବରରେ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ମହାନ୍ତି ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ କ୍ରିକେଟ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରିଥିଲେ।

ଓସିଏ ସଭାପତି ପଦରୁ ବବିଙ୍କ ଇସ୍ତଫା ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏବଂ ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରାଜ୍ୟର କ୍ରିକେଟ ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା।

ଉଲ୍ଲେଖଯୋଗ୍ୟ ଯେ କଟକର ବାରବାଟୀ ଷ୍ଟାଡିୟମରେ ଫ୍ଲଡଲାଇଟ୍ ସିଷ୍ଟମରେ ତ୍ରୁଟି ପାଇଁ ଓସିଏ ଏବେ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଛି ଯାହା ଫଳରେ ଫେବୃଆରୀ ୯ ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରାୟ ୩୦ ମିନିଟ୍ ପାଇଁ ଏକ ଦିନିକିଆ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା।

Post Views19 Total Count

Apply Now


This will close in 0 seconds

error: Content is protected !!