ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।
ଓସିଏର ଉପାଧ୍ୟକ୍ଷ ମହାନ୍ତି ସଭାପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ବୋଲି ସୂତ୍ରରୁ ଜଣାପଡିଛି। ଓସିଏ ଅନୁଯାୟୀ, ନାମାଙ୍କନର ଯାଞ୍ଚ ଫେବୃଆରୀ୧୪ ରେ କରାଯିବ ଏବଂ ପ୍ରାର୍ଥୀମାନେ ଫେବୃଆରୀ ୧୫ ରେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଫେବୃଆରୀ ୨୪ ରେ ଓସିଏ’ର ଏଜିଏମ ସମୟରେ ନୂତନ ସଭାପତି ନିର୍ବାଚିତ ହେବେ।ବବି ୨୦୨୨ ରେ ଓସିଏ’ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ଗତ ବର୍ଷ ଡିସେମ୍ବରରେ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ମହାନ୍ତି ପୂର୍ବରୁ ଅର୍ଥାତ୍ ୨୦୧୯-୨୨ ବର୍ଷ ଯାଏ ଓସିଏ ସଭାପତି ଭାବେ ୩ବର୍ଷ କାର୍ଯ୍ୟ କରିସାରିଛନ୍ତି । ସଭାପତି କାର୍ଯ୍ୟ ନିର୍ବାହ କରିବାରେ ତାଙ୍କର ଅଭିଜ୍ଞତା ରହିଛି । ୨୦୨୨ରୁ ଏଯାଏ କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଣୁ ଅଭିଜ୍ଞତା ଓ ପରିଚାଳନା ଦକ୍ଷତା ପାଇଁ ସେ ଓସିଏ ସଭାପତି ପଦ ପାଇଁ ରେସରେ ଆଗରେ ରହିଛନ୍ତି।ପୂର୍ବରୁ ମଧ୍ୟ ସେ ଦାୟିତ୍ୱ ସୁଚାରୁରୂପେ ତୁଳାଇଥିଲେ । ଶ୍ରୀଯୁକ୍ତ ମହାନ୍ତି ସଭାପତି ଥିବା ସମୟରେ ଓଡ଼ିଶାର ବହୁ ପ୍ରତିଭାକୁ ସୁଯୋଗ ଦେଇଥିଲେ । ଫଳରେ ଅନ୍ତଃରାଜ୍ୟ ତଥା ରାଜ୍ୟସ୍ତରରେ ପ୍ରତିଭା ମାନେ ରାଜ୍ୟ ପାଇଁ ଖ୍ୟାତି ପ୍ରଦର୍ଶନ କରିଥିଲେ । ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ ଉକ୍ତ ପଦବୀ ପାଇଁ ଶ୍ରୀଯୁକ୍ତ ମହାନ୍ତି ଜଣେ ଉଚିତ ପ୍ରାର୍ଥୀ ବୋଲି ବରିଷ୍ଠ କ୍ରୀଡା ସମୀକ୍ଷକ ମନେ ମତ ରଖିଛନ୍ତି । ଅନ୍ୟପଟେ ନାମାଙ୍କନ ଦାଖଲ ପରେ ଯୁବ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଶ୍ରୀଯୁକ୍ତ ମହାନ୍ତି ଉକ୍ତ ପଦ ଗ୍ରହଣ ପରେ ନୂଆ ଖେଳାଳୀଙ୍କ ପାଇଁ ସୁଯୋଗର ବାଟ ଫିଟିବି ବୋଲି ଜଣାଇଛନ୍ତି । ଅନ୍ୟପଟେ ଆଗକୁ ଓଡ଼ିଶା ପଡ଼ିଆରେ ବିଭିନ୍ନ ସ୍ଥରୀୟ ଖେଳ ଆସିପାରେ ମଧ୍ୟ ଅନୁମାନ କରାଯାଉଛି । ତେଣୁ ଓଡିଶାରୁ ବିସିସିଆଇ ଏବଂ ଏଆଇସିସିର ଦୁଇ ପାହାଡ଼ରେ ଶ୍ରୀଯୁକ୍ତ ମହାନ୍ତି ଜଣେ ସୁଦୃଢ ପୋଲ ହୋଇ ପାରନ୍ତି ।

