ବିଜେପି ମୁହାଁ ଚମ୍ପୁଆ ବିଧାୟକ , ତାଗିଦ୍ କଲେ ନବୀନ

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରୁ ଆକ୍ସନ ମୁଡ୍‌ରେ ବିରୋଧୀ ଦଳ ନେତା। ବିଧାନସଭାରେ ପାଦ ଦେଉ ଦେଉ ଚମ୍ପୁଆ ବିଧାୟକଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ବିଧାୟକ ଦଳ ବୈଠକରେ ଅନୁପସ୍ଥିତି ଯୋଗୁଁ ସନାତନ ମହାକୁଡ଼ଙ୍କୁ ତେରଛା ବାଣ ମାରିଲେ ନବୀନ।

ସୂଚନାନୁଯାୟୀ, ଆଜି ନବୀନ ବିଧାନସଭାରେ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ନବୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖି ଅଟକି ଯାଇଥିଲେ। ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଅସୁସ୍ଥତା ଯୋଗୁଁ ଆସିନଥିବା କହିଥିଲେ ସନା। ପ୍ରତ୍ୟୁତ୍ତରରେ ବିଜେପି ଆଡ଼କୁ ମୁହାଁଉଛ କି… ବୋଲି କହି ସନାଙ୍କୁ ତେରଛା ବାଣ ମାରିଲେ ନବୀନ।ଗୁରୁବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ବୁଧବାର ଦିନ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭାରେ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ।

 

Post Views1 Total Count

Apply Now


This will close in 0 seconds

error: Content is protected !!