ରାମ୍ପ ଓ୍ବାକ ବେଳେ ମଡେଲଙ୍କ ମୃତ୍ୟୁ

କରୁଥିବା ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲର । ୨୪ବର୍ଷୀୟ ମହିଳା ମଡେଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମଡେଲ ଗୁରୁତର ହୋଇଛନ୍ତି । ନୂଆ ଦିଲ୍ଲୀ ନୋଏଡ଼ା ଫିଲ୍ମ ସିଟିରେ ଏହି ଅଘଟଣ ଘଟିଛି । ଗତକାଲି ରାତି ପ୍ରାୟ ସାଢ଼େ ୧ଟାରେ ଫ୍ୟାସନ ଶୋ’ ଚାଲିଥିବା ବେଳେ ମଡେଲମାନେ ଭଳି କି ଭଳି ଡ୍ରେସପିନ୍ଧି ରାମ୍ପ ଓ୍ବାକ କରୁଥିଲେ । ଷ୍ଟେଜରେ ଲାଇଟ ଲଗାଯାଇଥିବା ଏକ ଲୁହା ପିଲର ଜଣେ ମଡେଲ ବଂଶିକା ଚୋପ୍ରାଙ୍କ ଉପରେ ପଡ଼ିଯାଇଥିଲା ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁତର ମଡେଲଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କହିଛି । ଶୋ’ ଆୟୋଜକ ଓ ଷ୍ଟେଜରେ ଲାଇଟ ଲଗାଇଥିବା ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ ।…

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!