୫ମାସରେ ଭଦ୍ରକ ପାଇଁ ମଞ୍ଜୁର ହୋଇଛି ପାଖାପାଖି ୨୫୦କୋଟି

୫ମାସରେ ଭଦ୍ରକ ପାଇଁ ମଞ୍ଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା । ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଞ୍ଜୁର ହୋଇଛି

ନେହେରୁ ଷ୍ଟାଡିୟମ ଉନ୍ନତିକରଣ ଏବଂ ସୁଇମିଂ ପୁଲ୍ ପାଇଁ ୧୦କୋଟି, କାନ୍ତକବିଙ୍କ ନାଁରେ ପାର୍କ ପାଇଁ ୪କୋଟି ୬୦ଲକ୍ଷ, ଇଦଗା ଓ କମ୍ୟୁନିଟି ହଲ ପାଇଁ ୨କୋଟି, ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ୧୯ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର 5T ରୂପାନ୍ତରଣ ପାଇଁ ୯କୋଟି ୨୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଭଦ୍ରକାଳୀ ମନ୍ଦିର ଉନ୍ନତି ପାଇଁ ଯାହା ଟଙ୍କା ଦରକାର ମଞ୍ଜୁର କରାଯିବ ବୋଲି 5T ଅଧ୍ୟକ୍ଷ କହିଛନ୍ତି।

ଯେଉଁ ଟଙ୍କା ଆସିବ ତାକୁ ସ୍ବଚ୍ଛତା ସହ କାମରେ ଲଗାଇବାକୁ କହିଛନ୍ତି। ଆମ ବ୍ୟାଙ୍କ ଯୋଜନାରେ ପ୍ରତି ପଞ୍ଚାୟତରେ ଦୁଇ ମାସ ଭିତରେ ବ୍ୟାଙ୍କ ଖୋଲିବ ବୋଲି ସେ ପ୍ରକାଶ କରିଛନ୍ତି।5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ କହିଛନ୍ତି।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!