AGEL କରିବ ସବୁଜ ଶକ୍ତିରେ ୯୩୫୦ କୋଟି ନିବେଶ

ଆଦାନୀ ଗ୍ରୁପ୍ର ସହଯୋଗୀ ସଂସ୍ଥା ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ (ଏଜିଇଏଲ୍) ସବୁଜ ଶକ୍ତି କ୍ଷେତ୍ରରେ ପ୍ରାୟ ୯୩୫୦କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି। ଏପରିକି ୨୦୩୦ ସୁଦ୍ଧା କମ୍ପାନୀ ୪୫ ଗିଗାୱାଟ୍ (ଜିଡବ୍ଲ୍ୟୁ) ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ପାଇଁ ଆଶା ପ୍ରକାଶ କରିଛି। ଅପରପକ୍ଷରେ ଏଜିଇଏଲ୍ ବୋର୍ଡ ପ୍ରୋମୋଟର ଗ୍ରୁପ୍ କମ୍ପାନୀ, ଆର୍ଡର ଇନ୍ଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍ ଏବଂ ଆଦାନୀ ପ୍ରପର୍ଟିଜ୍ ପିଭି ଲିମିଟେଡ୍କୁ ୧,୪୮୦.୭୫ ଟଙ୍କା ମୂଲ୍ୟରେ ୬.୩୧ କୋଟି ୱାରେଣ୍ଟ ପ୍ରଦାନ ଯୋଜନାକୁ ଅନୁମୋଦନ କରିଛି। ଫଳରେ ଏଜିଇଏଲ୍ରେ ୯,୩୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଏବଂ ତ୍ୱରିତ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେବ ବୋଲି ଫାର୍ମ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରଯାଇଛି। ବିଶେଷକରି ଉକ୍ତ ପୁଞ୍ଜି ବିନିଯୋଗକାରୀ କମ୍ପାନୀ ସଂସ୍ଥାଗୁଡ଼ିକୁ ଏଜିଇଏଲ୍ ୩.୮୩୩% ଇକ୍ୱିଟି ଅଂଶ ପ୍ରଦାନ କରିବ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!