ବରୀ ଦଖଲ କରିବେ ବିଶ୍ବରଞ୍ଜନ !

ବରୀ ହେଉଛି ବିଜୁ ଜନତା ଦଳର ଗଡ଼ । ଗତ 24 ବର୍ଷ ଧରି ବିଜେଡିକୁ ବରୀବାସୀ ଆଶୀର୍ବାଦ ଦେଇଆସିଛନ୍ତି । ଚଳିତ ନିର୍ବାଚନରେ ବି ଲୋକଙ୍କ ଭରସା ସେପରି ଅତୁଟ ରଖିବାକୁ ବିଜେଡି ଆଶା ରଖିଛି । ଏଥର ପ୍ରାର୍ଥୀ ବଦଳାଇ ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 2019ରେ ବିଜେପି ପ୍ରାର୍ଥୀ ହୋଇଥିବା ବିଶ୍ବରଞ୍ଜନ ମଲ୍ଲିକ ଏବେ ବିଜେଡି ଶିବିରରେ । ବିଶ୍ବ ରଞ୍ଜନଙ୍କ ଦୃଢ ସାଂଗଠନିକ ଦକ୍ଷତା ଓ ଗ୍ରହଣିୟତା ପାଇଁ ବିଜେଡି ତାଙ୍କୁ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛି । ବିଶ୍ବ ବିଜେଡିରୁ ପ୍ରାର୍ଥୀ ହେବାପରେ ବରୀରେ ବିରୋଧୀ ଏକପ୍ରକାରର ଶୂନ୍ୟ ହୋଇଯାଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ବିଶ୍ବଙ୍କ ବିଜୟ ଏଥର ପକ୍କା ବୋଲି ଚର୍ଚ୍ଚା ହେଉଛି ।

୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ । ମାତ୍ର 4 ହଜାର 62 ଖଣ୍ଡ ଭୋଟରେ ସେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସଙ୍କଠାରୁ ପରାଜିତ ହୋଇଥିଲେ । ସେତେବେଳେ ସୁନନ୍ଦାଙ୍କୁ 72,559 ଖଣ୍ଡ ଭୋଟ ମିଳିଥିବାବେଳେ ବିଶ୍ବ ପାଇଥିଲେ 45.58 ପ୍ରତିଶତ ଅର୍ଥାତ 68,497 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ବିଶ୍ବଙ୍କ ସଂଗଠନ ଓ ତାଙ୍କ ଲୋକପ୍ରିୟତା ପାଇଁ ବିଜେଡି ତାଙ୍କୁ ଦଳରେ ସାମିଲ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ସମୟରେ ବିଶ୍ବରଞ୍ଜନ ଶଙ୍ଖ ଫୁଙ୍କିଥିଲେ ।

ଗତ ପଞ୍ଚାୟତ ନିର୍ବାଚନରେ ବିଶ୍ବଙ୍କ ଦମ ସାରା ବରୀ ଦେଖିବାକୁ ପାଇଥିଲେ । ଏଠାରେ ବିଜେପି ଏକପ୍ରକାରର ସତ୍ତାହୀନ ହୋଇପଡ଼ିଥିବାବେଳେ କଂଗ୍ରେସ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି । ପଞ୍ଚାୟତ ନିର୍ବାଚନରେ ଯଦିଓ ବିଜେଡି ବରୀ ସମିତି ଅଧ୍ୟକ୍ଷ ପଦ ହାତେଇଥିଲା ତେବେ ଲଢେଇ ବିଜେଡି ବିଜେଡି ମଧ୍ୟରେ ହିଁ ଦେଖିବାକୁ ମିଳିଥିଲା । ୨୯ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିକୁ ବିଶ୍ବଙ୍କ ଶିବିର ୧୬-୧୩ ବ୍ୟବଧାନରେ ଦଖଲ କରିଥିଲା । ଫଳରେ ୨୦୧୭ମସିହାରୁ ବିଶ୍ବଙ୍କ ଶିବିର ବ୍ଲକ୍ ଅଧ୍ୟକ୍ଷ ପଦବି ଲଗାତାର ଦଖଲ କରିଛି ।

ବିଶ୍ବରଞ୍ଜନ ବିଜେଡି ଟିକେଟ ପାଇବା ପରେ ବରୀରେ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ବଙ୍କ ନେତୃତ୍ବରେ ବରୀରେ ବିଜେଡି ଆହୁରି ସୁଦୃଢ ହୋଇଛି । ବିଶ୍ବ ଜୋରଦାର ପ୍ରଚାର କରୁଥିବାବେଳେ ସବୁଠି ତାଙ୍କ ପ୍ରତି ଆଶୀର୍ବାଦ ଅଜାଡ଼ି ହୋଉପଡୁଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ବିରୋଧୀ ବିଜେପି ଓ କଂଗ୍ରେସ ଦଳର କର୍ମୀ ଏବଂ ଟାଣୁଆ ନେତାମାନେ ବିରୋଧୀ ଶିବିରରେ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ଗତଥର ଅଳ୍ପକେ ବିଧାୟକ ହେବାରୁ ବଞ୍ଚିତ ହୋଇଥିବା ବିଶ୍ବ ଏଥର ନିଶ୍ଚିତ ବରୀରେ ବିଜଯୀ ହେବେ ବୋଲି ରାଜନୈତିକ ସମୀକ୍ଷକ ଓ ବରୀବାସିନ୍ଦା ଆକଳନ କରୁଛନ୍ତି ।

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!