ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ

ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା । ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ଏହି ସମ୍ମାଦ ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବା ଲାଗି କେବଳ କଳାକ୍ଷେତ୍ରରେ ୪ ଓଡ଼ିଆ ମନୋନୀତ ହୋଇଥିଲେ ।

ଗତ ଏପ୍ରିଲ ୨୨ରେ ଗଞ୍ଜାମର ୧୦୬ ବର୍ଷୀୟ ଲୋକକଳା କୃଷ୍ଣଲୀଳାର ସଂଗୀତ ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର ପଶାୟତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!