ମହଙ୍ଗା ପଡ଼ିଛି ଜାଲ ସାର୍ଟିଫିକେଟ ,ବିଦା ହେଲେ ୩ ପୋଷ୍ଟମାଷ୍ଟର

କେନ୍ଦ୍ରାପଡ଼ା ଡାକ ଡିଭିଜନ୍‌ରେ ଜାଲ ସାର୍ଟଫିକେଟ ଦେଇ ଚାକିରି କରିଥିବା ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି ବୋଲି ଡାକ ଅଧୀକ୍ଷକ ଦେବରାଜ ସେଠୀ ସୂଚନା ଦେଇଛନ୍ତି । ଏହି ଜାଲ ସାର୍ଟଫିକେଟରେ ଚାକିରି କରିଥିବା ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦିଆଯାଇଛି। ଜାଲ ସାର୍ଟଫିକେଟ ଦେଇ ଚାକିରି ପାଇଁ ଆବେଦନକାରୀ ଏବଂ ଚାକିରି କରିଥିବା ୩ ଜଣଙ୍କୁ ସମ୍ପୂର୍ଣ୍ଣ ବିଦା କରାଯିବା ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଭଦ୍ରକ ଜିଲ୍ଳା ଭଣ୍ଡାରୀପୋଖରୀ ଥାନା କୁଳଣାର ସୋରୋ ଅଞ୍ଚଳର ମାମାଶ୍ରି ଭାରତୀ ଗ୍ରାମୀଣ ଡାକ ସେବକ ଭାବେ ତେଣ୍ଡାକୁଡ଼ା ପୋଷ୍ଟାଲ କାର୍ଯ୍ୟାଳୟରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ମାଟ୍ରିକ ସାର୍ଟିଫିକେଟ ଯାଞ୍ଚ ସମୟରେ ଜାଲ ବୋଲି ଜାଣିବାକୁ ମିଳିଛି।

ସେ ୨୦୧୯ରେ ଉତ୍ତରପ୍ରଦେଶ ଶାନ୍ତି ନିକେତନ ଇଣ୍ଟ କଲ ତେଇକୁଆ ଦେରୋରିଆ ବିଦ୍ୟାଳୟରୁ ପାସ ସାର୍ଟିଫିକେଟ ଦାଖଲ କରିଥିଲେ। ଏନେଇ କେନ୍ଦ୍ରାପଡ଼ା ଡାକ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଭାରତୀଙ୍କୁ କାର୍ଯ୍ୟାଳୟକୁ ଡକାଯାଇଥିଲା।

ହେଲେ ସେ କାର୍ଯ୍ୟାଳୟ ଗଲେନି କି ଆଉ କାହା ସହିତ ଯୋଗାଯୋଗରେ ରହିଲେନି। ଅନ୍ୟପଟେ ବିଭାଗ ପକ୍ଷରୁ ଇଣ୍ଟରନେଟ ଜରିଆରେ ଭାରତୀଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ ହେବାରୁ ଉତ୍ତରପ୍ରଦେଶରେ ଏହିଭଳି କିଛି ବିଦ୍ୟାଳୟ ନଥିବା ଜାଣିବାକୁ ମିଳିଥିଲା। ଏନେଇ ଭାରତୀଙ୍କୁ ଗତ ୨୦ ତାରିଖରେ ଚାକିରିରୁ ବିଦା କରାଯାଇଛି। ଟାଉନ ଥାନାରେ ଡାକ ଅଧିକ୍ଷକ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଭାରତୀଙ୍କ ବିରୋଧରେ ଏକ ମାମଲା ୧୩୧/୨୩ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!