ପୁରୀ ଜିଲ୍ଲା ଖଣ୍ଡାୟତ ସାହି ର ଅଳଗୁମ ଗ୍ରାମ ସହିଦ ବିର ପୁତ୍ର ଦେବାଶିଷ ବିଶ୍ଵାଳ ଙ୍କ ପରିବାର କୁ ଭେଟିଲେ ଜଟଣୀର କଂଗ୍ରେସ ବିଧାୟ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ
ପାଞ୍ଚ ଦିନ ଧରି ଶୋକ ସାଗରରେ ଡୁବି ରହିଥିବା ଶହୀଦ ଦେବାଶିଷଙ୍କ ପରିବାରକୁ ଭେଟିବା ପାଇଁ ଗତକାଲି ଆସିଥିଲେ କଂଗ୍ରେସ ବିଧାୟ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଖଣ୍ଡାୟତପଡାରେ ଯାଇ ପହଞ୍ଚିଥିଲେ କ୍ୟାପଟେନ ମନ୍ମଥ ରାଉତରାୟ ।
ପହଞ୍ଚିବା ପରେ ଶହୀଦ ଦେବାଶିଷଙ୍କ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ବାହାରି ପଡିଥିଲେ ସମସ୍ତଙ୍କ ପ୍ରିୟ’ କଂଗ୍ରେସ ବିଧାୟ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ଦେବାଶିଷଙ୍କ ପାର୍ଥିବ ଶରୀର ଓଡିଶାରେ ଆସି ପହଞ୍ଚିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ନେତା ଏବଂ ଭୁବନେଶ୍ବର ମେୟର ମଧ୍ୟ ଯାଇ ଦେବାଶିଷଙ୍କ ଗାଁରେ ପହଞ୍ଚିଥିଲେ ।
ଆଉ କ୍ୟାପଟେନ ମନ୍ମଥ ରାଉତରାୟ ମଧ୍ୟ ଶୋକରେ ବୁଡି ରହିଥିବା ପରିବାରକୁ ସମବେଦନା ଜଣାଇବାକୁ ଆସି ପହଞ୍ଚି ଯାଇଥିଲେ ଭାଙ୍ଗି ପଡିଥିବା ପରିବାରକୁ ଭେଟିବା ଲାଗି କ୍ୟାପଟେନ ମନ୍ମଥ ରାଉତରାୟ ଶହୀଦ ଦେବାଶିଷଙ୍କ ଘରେ ପହଞ୍ଚିବା ପରେ ସେଠାରେ କ୍ୟାପଟେନ ମନ୍ମଥ ରାଉତରାୟ ଙ୍କୁ ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିଡ ଲାଗି ରହିଥିଲା । ଆଉ ଯେତେବେଳେ ଶୁଣିବାକୁ ପାଇଥିଲେ କି, ପୁଞ୍ଝରେ ହୋଇଥିବା ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ-ରେ ଓଡିଶା ଦେବାଶିଷ ବିଶ୍ଵାଳ ଶହୀଦ ହୋଇଛନ୍ତି ସେ ସେଟାକୁ ମଧ୍ୟ ଧାଇଁ ଯାଇଥିଲେ ।ଆଜ୍ଞା ହଁ, ପାଞ୍ଚଦିନ ପୂର୍ବରୁ ପୁଞ୍ଚରେ ଆର୍ମି ଭ୍ୟାନ ଉପରେ ଯେଉଁ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ ହୋଇଥିଲା ସେଥିରେ ଦେଶର କିଛି ଯବାନ ଶହୀଦ ହୋଇଥିଲେ ।
ସେମାନଙ୍କ ମଧ୍ୟରେ ଥିଲେ ଓଡିଶାର ଦେବାଶିଷ ବିଶ୍ଵାଳ । ଦେବାଶିଷଙ୍କ ପାର୍ଥିବ ଶରୀରକୁ ଓଡିଶା ଅଣାଯିବା ସହ ସସମ୍ମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଦେବାଶିଷଙ୍କ ପାଇଁ ସାରା ଗାଁ ଓ ରାଜ୍ୟ ଶୋକ କରୁଥିବା ବେଳେ କ୍ୟାପଟେନ ମନ୍ମଥ ରାଉତରାୟ ଏଭଳି ବଦାନ୍ୟତା ସମସ୍ତଙ୍କୁ ଖୁବ ଆକୃଷ୍ଟ କରୁଛି ।ଶହୀଦ ଦେବାଶିଷ ଆମର ଭାଇ ଓ ଦେଶ ପାଇଁ ପ୍ରାଣ ଦେଇଛନ୍ତି ସେଥିପାଇଁ ଶୁଣିବା ମାତ୍ରେ ସେଠାକୁ ଯିବାକୁ ମନସ୍ଥ କରିଥିବା କହିଥିଲେ ମନ୍ମଥ ରାଉତରାୟ ।

