ବିଜେବି କଲେଜ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ସମୟରେ ବ୍ୟବହାର ହୋଇଥିବା ଛୁରୀ, ବାଇକ ଓ ଷ୍ଟମ୍ପ ପୋଲିସ ଜବତ କରିଛି । ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା ।
ରାଜମହଲ ଛକ ଫାଳିକିଆ ବସ୍ତିରୁ ଗିରଫ ହେଲେ ଆଉ ୪ ଜଣ । ମୋଟ୍ ୮ ଜଣ ଏବେ ସୁଦ୍ଧା ଗିରଫ ହୋଇଛନ୍ତି । ଏହି ଗଣ୍ଡଗୋଳ ଘଟଣାରେ ପ୍ରାୟ ୨୦ ଜଣଙ୍କ ସମ୍ପୃକ୍ତି ରହିଥିବା ସୂଚନା ରହିଛି ।
ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ, କେ. ଲକ୍ଷ୍ମଣ ନାରାୟଣ । ବଡଗଡ ପୋଲିସ ଏବେ ଅନ୍ୟମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

