ପୁରୀରେ ଚାଲିଛି ଆଧ୍ୟାତ୍ମିକତାର ମହା ଉତ୍ସବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲୋକାର୍ପଣ ପୂର୍ବରୁ ପୂଜାର୍ଚ୍ଚନା ସହ ମହାଯଜ୍ଞ ଆରମ୍ଭ ହୋଇଛି । ଅଗ୍ନି ସ୍ଥାପନ ସହ ମହାଯଜ୍ଞ ଆରମ୍ଭ ହୋଇଛି । ମହାଯଜ୍ଞ ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦପାଠ କରାଯାଉଛି ।
ଏଥିପାଇଁ ଚାରିଦ୍ବାରକୁ ସୁନ୍ଦର ଭାବେ ସଜା ଯାଇଛି । ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେଉଛି ।
ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ । ଶ୍ରୀମନ୍ଦିର ଚତୁଃପାର୍ଶର ପୂର୍ବଚିତ୍ରରେ ପରିବର୍ତ୍ତନ ସମସ୍ତଙ୍କୁ କରୁଛି ଅଭିଭୂତ । ପରିକ୍ରମା ପ୍ରକଳ୍ପ ଅପୂର୍ବ ଦିବ୍ୟ ଅନୁଭୂତି ପ୍ରଦାନ କରିବ । ଏଥିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ଶ୍ରୀ ଆହୁରି ବୃଦ୍ଧି ପାଇବ । ୭ ଶହ ବର୍ଷ ପରେ କରାଯାଇଥିବା ଏହି କାର୍ଯ୍ୟ ଇତିହାସରେ ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବ ।


