ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଇକେ୍ୱାଇସି ପ୍ରକ୍ରିୟା କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେ୍ୱାଇସି କରିନାହାନ୍ତି। ଆଉ ସମୟ ନାହିଁ। ଏବେ ବି କେ୍ୱାଇସି କରିନଥିବା ଲୋକଙ୍କୁ ଚାଉଳ ପଠାଯାଉଛି। ତାକୁ ବନ୍ଦ କରିଦିଆଯିବ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ। କେନ୍ଦ୍ର ସରକାର ସମୟ ବଢ଼େଇଲେ ଆମେ ମଧ୍ୟ ବଢ଼େଇବୁ। ଯଦି କିଏ ବାଦ୍ ରହିଯାଇଥିବ ସେମାନେ ଲିଖିତ ଭାବେ ଦେଲେ ତାଙ୍କ କଥା ବିଚାର କରାଯିବ।

Post Views4 Total Count

Apply Now


This will close in 0 seconds

error: Content is protected !!