ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା

ମହିଳାଙ୍କ ପାଇଁ ଆଉ ଏକ ବଡ଼ ଯୋଜନା ଆସିବାକୁ ଯାଉଛି । ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହେବ ନୂଆ ଯୋଜନା । ଯାହାର ନାଁ ରହିବ ଆତ୍ମନିର୍ଭର ମହିଳା ସୁବାହକ ବା ଆମ ସୁବାହକ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ମହିଳାଙ୍କୁ କାର୍‌ କିଣାଇ ଦେବେ ସରକାର । ଋଣ କରି କାର୍‌ କିଣିବେ ମହିଳା । ଆଉ ସବୁ ସୁଧ ସୁଝିବେ ରାଜ୍ୟ ସରକାର । ମହିଳାଙ୍କୁ ଆହୁରି ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଯେଉଁମାନେ ବି ଋଣ କରି କାର୍‌ କିଣିବାକୁ ଚାହିଁବେ ସେମାନଙ୍କୁ କାର୍‌ କିଣାଇ ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଆଉ ଯେଉଁ ମହିଳାମାନେ କାର୍‌ କିଣିବାକୁ ଋଣ ନେବେ ତାହାକୁ ୫ ବର୍ଷ ମଧ୍ୟରେ ସୁଝିପାରିବେ । ମହିଳାମାନେ ଲୋନ୍‌ କରି କାର୍‌ ତ କିଣିବେ ସତ କିନ୍ତୁ ସବୁ ସୁଧ ସୁଝିବେ ସରକାର।

ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ଋଣ ଯୋଗାଇ ଦେବେ ସରକାର । ଯାହା ଫଳରେ ମହିଳାଙ୍କୁ ଆଉ ସୁଧ ବାବଦକୁ ଟେନସନ୍ ନେବାକୁ ପଡିବନି । ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ ଏବଂ ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ ।

Post Views16 Total Count

Apply Now


This will close in 0 seconds

error: Content is protected !!