ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ । ଅଣ୍ଡାଦାନ ପୂର୍ବରୁ ନିଆଯାଇଛି ପଦକ୍ଷେପ ।ନଭେମ୍ବର ୩୧ରୁ ମେ ୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାରିବା ଉପରେ କଟକଣା କରାଯାଇଛି । ସେହିପରି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଅବଦୁଲ କଲାମ ଦ୍ବୀପରୁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ ରହିବ । ଋଷିକୁଲ୍ୟା ଓ ଗହୀରମଥାରେ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ପାଇଁ କରାଯିବ ୬୬ଟି କ୍ୟାମ୍ପ । ୧୦ଟି ସ୍ପିଡ୍ ବୋଟ୍ ଓ ଟ୍ରଲର ନିୟୋଜିତ କରାଯିବ । ପାଟ୍ରୋଲିଂ ପାଇଁ ଟ୍ରଲର ଦେବାକୁ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରର ସାହାଯ୍ୟ ନିଆଯିବ । ଅଲିଭ ରିଡଲେ କଇଁଛଙ୍କ ପ୍ରତି ବିପଦ ସୃଷ୍ଟି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲ୍ ପିସିସିଏଫ ଚେତାବନୀ ଦେଇଛନ୍ତି ।

