ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏଁ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ଏହାରି ଭିତରେ ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ସହାୟତା ମିଳିବ ବୋଲି ଘୋଷଣା କରାଯାଇଛି।
୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ସେହି ୧୩ଜଣ ଖେଳାଳି ହେଲେ କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ ।

