ଚଳିତ ମାସ ୨୩ ତାରିଖରେ ଭି.କେ ପାଣ୍ଡିଆନ ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇଥିଲେ। ଏହାପେର ତାଙ୍କୁ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦବୀ ସହିତ କ୍ୟାବିନେଟ ପାହ୍ୟା ପ୍ରଦାନ କରିଥିଲେ ରାଜ୍ୟ ସରକାର।
ପ୍ରଶାସନିକ ଅଧିକାରୀ ଚାକିରୀ ଛାଡି ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ଼ ଶୁଭେଚ୍ଛା ପାଇଁ ବିଭିନ୍ନ ସଂଗଠନ ଓ କର୍ମଚାରୀ ସଂଘଙ୍କ ଭିଡ଼ ଜମାଇଥିଲେ।
ସ୍ୱେଚ୍ଛାକୃତ ଅବସର ନେବା ପରେ ନୂଆ ଦାୟିତ୍ୱ ପାଇଥିବା ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା। ଶୁକ୍ରବାର ମଧ୍ୟାହ୍ନ ସମୟରେ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟିବାକୁ ବହୁ ଭିଡ଼ ପରିଲକ୍ଷିତ ହୋଇଥିଲା।
ଏହି ସମୟରେ ପାଣ୍ଡିଆନ ପୋଲିସ, ଆଉଟସୋର୍ସିଂ, ସଚିବାଳୟ ସେବା ସଂଘ ଭଳି କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ।

