ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି । ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। ଶ୍ରୀ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଡିଜି ଅଛନ୍ତି ।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଡିଜିପିର ଅତିରିକ୍ତ ଦାୟିତ୍ବ ମିଳିଛି , ଏନେଇ ପ୍ରସ୍ତାବକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ବିନୟତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ ।
ସେ ରାଜ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ଅତୀତରେ ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ ।

