ବଢିଲା ସୁନା ଦର । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ୪ କ୍ୟାରେଟର ୧୦ ଗ୍ରାମ ସୁନା ୬୪ ହଜାର ୨ଶହ ଟଙ୍କା ହୋଇଛି । ସେହିପରି୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୫୮ ହଜାର ୮୫୦ ଟଙ୍କା ହୋଇଛି । ବିବାହ ଋତୁ ଆରମ୍ଭରୁ ବଢିଛି ସୁନା ଦର । ଅନ୍ୟ ପଟେ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲିଟିଛି । ଆଜି ଭୁବନେଶ୍ବରରେ ଏବଂ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ଦର ୬୪ ହଜାର ୨୦୦ ଟଙ୍କା ରହିଥିବା ବେଳେ କୋଲକାତାରେ ୬୫ ହଜାର ୨୯୦ ଟଙ୍କା , ଚେନ୍ନାଇରେ ୬୫ ହଜାର ୧୮୦, ଦିଲ୍ଲୀରେ ୬୪ ହଜାର ୨୦୦ ଟଙ୍କା ରହିଛି ।

