ଦିଲ୍ଲୀରେ ଭୟଙ୍କର ଜଳ ସଙ୍କଟ

ପାଣି ପାଇଁ ଡହଳ ବିକଳ । ରାଜଧାନୀ ଦିଲ୍ଲୀରେ ଉତ୍କଟ ରୂପ ନେଉଛି ଜଳ ସଂକଟ। ଚାଣକ୍ୟପୁରୀ ଅଞ୍ଚଳରେ ପାଣି ପାଇଁ ହାହାକାର ପରିସ୍ଥିତି ଦେଖାଦେଲାଣି । ଟ୍ୟାଙ୍କର ଯୋଗେ ଲୋକମାନଙ୍କୁ ପାଣି ଯୋଗାଉଛି ଦିଲ୍ଲୀ ସରକାର। ତେବେ ଗୋଟିଏ ଟ୍ଯାଙ୍କରରୁ ପାଣି ନେବାକୁ ଲୋକଙ୍କ ଲାଇନ ଲାଗିଛି।   ପାଇପ ପକାଇ ଟ୍ୟାଙ୍କରରୁ ପାଣି ନେଉଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ ଭଳି ସ୍ଥିତି। ଟ୍ୟାଙ୍କର ପାଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

 

ପାଣି ପାଇପରେ ଆସୁନଥିବାରୁ ଲୋକଙ୍କୁ ସମସ୍ଯାର ସମୁଖୀନ ହେବାକୁ ମଧ୍ୟ ପଡୁଛି।ସପ୍ତାହେରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ ପାଣି ସମସ୍ଯାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। କେଉଁଠାରେ ଟ୍ୟାଙ୍କର ବିଳମ୍ବରେ ଆସୁଛି ତ ଆଉ କେଉଁଠି ବିଲକୁଲ ଆସୁନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ପାଣି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦିଲ୍ଲୀବାସୀ ଦାବି କରିଛନ୍ତି।

 

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!