ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ନେଇଛନ୍ତି । ବିଗତ କିଛି ଦିନ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ସୀତାରାମ ୟେଚୁରୀଙ୍କ ବିୟୋଗରେ ବିଜେପି, କଂଗ୍ରେସ ସମେତ ଅନେକ ଦଳର ନେତାଶୋକ ପ୍ରକାଶ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରାଜୀବ ଚନ୍ଦ୍ରଶେଖର କହିଛନ୍ତି, କିଛି ବର୍ଷ ତଳେ ସଂସଦରେ ମୋର ସହଯୋଗୀ ଥିବା ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା।

ସୀତାରାମ ୟେଚୁରୀ ଜଣେ ତାମିଲ ବ୍ରାହ୍ମଣ ପରିବାରରେ ୧୯୫୨ ମସିହା ଅଗଷ୍ଟ ୧୨ରେ ଜନ୍ନଗ୍ରହଣ କରିଥିଲେ । ଜରୁରୀ ପରିସ୍ଥିତି ସମୟରେ ସେ ଜେଏନୟୁର ଛାତ୍ର ଥିବାବେଳେ ଗିରଫ ହୋଇଥିଲେ । ୧୯୮୪ରେ ସେ ସିପିଆଇ ସେଣ୍ଟ୍ରାଲ କମିଟିକୁ ନିର୍ବାଚିତ ହୋଇଥିଲେ । ୧୯୯୨ରୁ ସେ ସିପିଆଇ ପଲିଟିବ୍ୟୁରୋର ସଦସ୍ୟ ରହିଥିଲେ । ୟେଚୁରୀ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୬ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ।

ସୀତାରାମ ୟେଚୁରୀ ଭାରତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା ଥିଲେ। ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ । ସେ ଜଣେ ତାମିଲ ବ୍ରାହ୍ମଣ ପରିବାରରେ ୧୯୫୨ ମସିହା ଅଗଷ୍ଟ ୧୨ରେ ଜନ୍ନଗ୍ରହଣ କରିଥିଲେ । ଜରୁରୀ ପରିସ୍ଥିତି ସମୟରେ ସେ ଜେଏନୟୁର ଛାତ୍ର ଥିବାବେଳେ ଗିରଫ ହୋଇଥିଲେ । ୧୯୯୨ରୁ ସେ ସିପିଆଇ ପଲିଟିବ୍ୟୁରୋର ସଦସ୍ୟ ରହିଥିଲେ । ୟେଚୁରୀ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୬ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ। ୟେଚୁରୀ ୧୯୭୪ମସିହାରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ)ରେ ଯୋଗ ଦେଇଥିଲେ। ବର୍ଷକ ମଧ୍ୟରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସଦସ୍ୟ ହୋଇଥିଲେ।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!