ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପାଇବେ ପୁନଃ ନିଯୁକ୍ତି । ଏଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ପୁନଃ ନିଯୁକ୍ତି କେଉଁ ମାନଦଣ୍ଡରେ ଚୟନ ହେବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି।
ଗାଇଡଲାଇନ ଅନୁଯାୟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଚୟନ କମିଟି ରହିବ। ମୁଖ୍ୟ ଶାସନ ସଚିବ ରହିବେ କମିଟିର ଅଧ୍ୟକ୍ଷ । କମିଟିର ସଦସ୍ୟ ଭାବେ ଜିଏ ସଚିବ, ଅର୍ଥ ସଚିବ ରହିବେ। ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଥିବା ଜରୁରୀ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ସେହିପରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପୁନଃ ନିଯୁକ୍ତି ବିଚାରଯୋଗ୍ୟ ହେବନି । ଅବସର ପୂର୍ବରୁ ସିସିଆର୍ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ବିଜ୍ଞାପନ ଜରିଆରେ ସୂଚନା ଦିଆଯିବ। ମୋଟ ପଦବୀର ମାତ୍ର ଏକ ପ୍ରତିଶତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ। ପ୍ରାରମ୍ଭରେ ପୁନଃନିଯୁକ୍ତିର ଅବଧି ଏକ ବର୍ଷ ପାଇଁ ରହିବ । ସେହି ସମୟରେ ଯଦି ସେମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରିବେ ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯିବ।

