ଆଜି ଗହ୍ମାପର୍ବ । ପରମ୍ପରା ଅନୁସାରେ ରକ୍ଷା ବନ୍ଧନ ଉତ୍ସବ । ତେବେ ରାକ୍ଷୀ ବାନ୍ଧିବା ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କେଉଁ ତିଥି ଓ କେଉଁ ସମୟରେ ରକ୍ଷା ବନ୍ଧନ ପାଳନ ହେବ, ସେନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି ।ଆଜି ରକ୍ଷା ବନ୍ଧନକୁ କିଛି ଲୋକ ବାରଣ କରୁଥିବା ବେଳେ, ଆଉ କିଛି ଲୋକ ଆସନ୍ତାକାଲି ସପକ୍ଷରେ ମତ ଦେଇଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରକ୍ଷା ବନ୍ଧନ ପର୍ବ ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନରେ ପାଳନ କରିବା ଶୁଭଙ୍କର ।
ତେବେ ଏହି ସମୟରେ ଭଦ୍ରାକାଳ ଥିଲେ ରାକ୍ଷୀ ବାନ୍ଧିବା ଅଶୁଭ । ଅଗଷ୍ଟ ୩୦ ତାରିଖ ବୁଧବାର ରାତି ୯ଟା ୨ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ସେପଟେ ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ସେହିଦିନ ମଧ୍ୟ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ।ଅନ୍ୟପକ୍ଷରେ ଆଜି ରାଖୀ ପୂର୍ଣ୍ଣିମା ପଡ଼ୁଥିବା ନେଇ ବିଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ରହିଥିବା ବେଳେ ସାଧାରଣରେ ଏହାକୁ ନେଇ ଉଠିଛି ଦ୍ଵନ୍ଦ।ତେବେ ଶ୍ରୀମନ୍ଦିର ରୀତିନୀତି ସ୍ୱତନ୍ତ୍ର ଥିବାରୁ ଗୁତୁବାର ସୂର୍ଯ୍ୟ ଉଦୟ ପରେ ପୂର୍ଣ୍ଣମୀ ତିଥି ରହିଥିବା ହେତୁ ସେହିଦିନ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ।ମାତ୍ର ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସନ୍ତାକାଲି ପୂର୍ଣ୍ଣିମା ପଡ଼ୁଥିବାରୁ ଭଉଣୀ ମାନଙ୍କ ଠାରୁ ରକ୍ଷାବନ୍ଧନ କରିପାରିବେ।

